Shri Naveen Patnaik
Hon'ble Chief Minister, Odisha
Banner Image

କାର୍ଯ୍ୟ ଏବଂ ଶକ୍ତି

print this page icon Print

ନିମ୍ନଲିଖିତ ସମସ୍ତ ବା ଯେ କୌଣସି କାର୍ଯ୍ୟ କମିଶନ ହାତକୁ ନେଇପାରିବେ –

  • ଶିଶୁ ଅଧିକାର ସୁରକ୍ଷା ପାଇଁ ଥିବା ଆଇନଗତ ପ୍ରାବଧାନର ବିସ୍ଲେସଣ ପୂର୍ବକ ଏହାର ଉପଯୁକ୍ତ ଅନୁପାଳନ ପାଇଁ ପ୍ରସ୍ତାବ ଦେବା
  • ଏହି ସବୁ ସୁରକ୍ଷା ପ୍ରାବଧାନର କାର୍ଯ୍ୟକାରିତାକୁ ନେଇ ବାର୍ଷିକ ବା କମିଶନ ସ୍ଥିର କରିଥିବା ସମୟ ଅନ୍ତରାଳରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା
  • ଶିଶୁ ଅଧିକାର ଉଲଂଘନ ଘଟଣାର ତଦନ୍ତ କରିବା ଓ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବା
  • ଶିଶୁଙ୍କ ଅଧିକାର ପ୍ରଭାବିତ ହେଉଥିବା ଭଳି କାରଣ ଯେପରିକି ଆତଙ୍କବାଦ, ସାମ୍ପ୍ରଦାୟିକ ହିଂସା, ଦଙ୍ଗା, ପ୍ରାକୃତିକ ଦୁର୍ବିପାକ, ଘରୋଇ ହିଂସା, ଏଚଆଇଭି / ଏଡ଼ସ, ଚାଲାଣ, ଦୁର୍ବ୍ୟବହାର, ନିର୍ଯ୍ୟାତନା ଓ ଶୋଷଣ, ଅଶ୍ଳୀଳ ଚିତ୍ର ତଥା ବେସ୍ୟାବୃତ୍ତିଗୁଡିକର ପରୀକ୍ଷଣ ଓ ନିରାକରଣ ପାଇଁ ପ୍ରସ୍ତାବ ଦେବା
  • ବନ୍ଦୀଙ୍କ ପିଲା, ପରିବାର ନ ଥିବା ପିଲା, ଆଇନ ସହ ଦ୍ବନ୍ଦରେ ଥିବା ଶିଶୁ, ଅଭାବ, ଅସୁବିଧାରେ ଥିବା ଶିଶୁଙ୍କ ସମେତ ସ୍ୱତନ୍ତ୍ର ଭାବେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କ ସମ୍ପର୍କିତ ବିଷୟରେ ଅନୁଧ୍ୟାନ କରି ନିରାକରଣ ପାଇଁ ଉପଯୁକ୍ତ ପ୍ରସ୍ତାବ ଦେବା
  • ଶିଶୁ ଅଧିକାର ସମ୍ପର୍କିତ ଆନ୍ତର୍ଜାତିକ ଚୁକ୍ତିନାମାଗୁଡିକର ଅନୁଧ୍ୟାନ ପୂର୍ବକ ନୀତି, କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ କାର୍ଯ୍ୟର ସମୀକ୍ଷା କରିବା  ଏବଂ ପିଲାଙ୍କ ସର୍ବୋତ୍ତମ ସ୍ୱାର୍ଥର ସୁରକ୍ଷା ନିମନ୍ତେ ଏ ଗୁଡିକର ଉପଯୁକ୍ତ କାର୍ଯ୍ୟାନ୍ୱୟନ ପାଇଁ ପ୍ରସ୍ତାବ ଦେବା
  • ଶିଶୁ ଅଧିକାର କ୍ଷେତ୍ରରେ ଗବେଷଣା କରିବା ଓ ପ୍ରୋଛାହନ ଦେବା
  • ସାମାଜିକ ଅନୁଷ୍ଠାନ ବା ସରକାରଙ୍କ ଦ୍ୱାରା ପରିଚାଳିତ ଶିଶୁମାନେ ରହିବା ପାଇଁ ବା ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଯେ କୌଣସି ଅନୁଷ୍ଠାନର ପରିଦର୍ଶନ ଓ ଆବଶ୍ୟକତା ଅନୁଭବ ହେଲେ ସୁଧାର ଆଣିବା ପାଇଁ ପ୍ରସ୍ତାବ ଦେବା
  • ନିମ୍ନ ବିଷୟ ଆଧାରିତ ଅଭିଯୋଗର ଅନୁସନ୍ଧାନ ବା ନିଜ ତରଫରୁ ସ୍ୱତଃ ନୋଟିସ ପ୍ରଦାନ –
  • ଶିଶୁ ଅଧିକାରର ଉଲଂଘନ
  • ଶିଶୁଙ୍କ ସୁରକ୍ଷା ଓ ବିକାଶ ପାଇଁ ଉଦ୍ଦିଷ୍ଟ ଆଇନର ଅନୁପାଳନ ନ ହେବା
  • ଶିଶୁଙ୍କ ମଙ୍ଗଳ ଏବଂ ସହାୟତା ପାଇଁ ଉଦ୍ଦିଷ୍ଟ ନୀତି ଓ ନିର୍ଦ୍ଦେଶାନାମାର ଅନୁପାଳନ ନ ହେବା
  • ଶିଶୁ ଅଧିକାରର ସୁରକ୍ଷା ପାଇଁ ଆବଶ୍ୟକ ମନେ କରାଯାଉଥିବା ଅନ୍ୟ ଯେ କୌଣସି ଉଚିତ ମନେ ହେଉଥିବା ଦାୟିତ୍ୱ ତୁଲାଇବା ସହିତ ଶିଶୁ ଅଧିକାର ଓ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା