Shri Naveen Patnaik
Hon'ble Chief Minister, Odisha
Banner Image

ଆୟୋଗ ବିଷୟରେ

print this page icon Print

ଶିଶୁ ଅଧିକାର ସୁରକ୍ଷା ପାଇଁ କମିଶନ ଆଇନ ୨୦୦୫, ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ନିୟମାବଳୀ ୨୦୦୯ ଅଧୀନରେ ଓଡିଶା ରାଜ୍ୟ ଶିଶୁ ଅଧିକାର କମିଶନ ଗଠିତ | ଓଡିଶା ସରକାରଙ୍କ ତରଫରୁ ଶିଶୁ ଅଧିକାର ସୁରକ୍ଷା ପାଇଁ ଏହା ଆଇନଗତ ତତ୍ତ୍ୱାବଧାରକ | କମିଶନ ଆନୁକୂଲ୍ୟରେ ଶିଶୁ ଅଧିକାର ସୁରେକ୍ଷା ପାଇଁ ଗ୍ରହଣ କରାଯାଉଥିବା କିଛି ପଦକ୍ଷେପ ହେଲା :-

  • ଶୋଷଣ, ହିଂସା, ନିର୍ଯାତନା, ଶ୍ରମ ଓ ଚାଲାଣ ଠାରୁ ଶିଶୁଙ୍କୁ ସୁରକ୍ଷା
  • ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା
  • ବାଲ୍ୟ ବିବାହରୁ ଶିଶୁଙ୍କୁ ସୁରକ୍ଷା
  • ଶିକ୍ଷା ଅଧିକାର
  • ସ୍ୱାସ୍ଥ୍ୟଗତ ଅଧିକାର | ଏଥିରେ ପ୍ରାଥମିକ ସ୍ୱାସ୍ଥ୍ୟସେବା, ପ୍ରସୁତିକାଳୀନ ଯତ୍ନ, ଉତ୍ତମ ପୃଷ୍ଟିକର ଖାଦ୍ୟ, ପରିସ୍କାର ପାନୀୟ ଜଳ ଓ ଟୀକାକରଣ ଉପରେ ଗୁରୁତ୍ତ୍ଵ ଦିଆଯିବ |
  • ସ୍ୱତନ୍ତ୍ର ଆବଶ୍ୟକତା ଥିବା ଶିଶୁଙ୍କ ଅଧିକାରର ସୁରକ୍ଷା
  • ମାଦକ ଦ୍ରବ୍ୟ ଦ୍ୱାରା ନିର୍ଯାତନାରୁ ଶିଶୁଙ୍କୁ ସୁରକ୍ଷା
  • କୌଣସି ଅପରାଧିକ କାର୍ଯ୍ୟ ସହ ଜଡିତ ପିଲାଙ୍କୁ ଆଇନଗତ ଓ ଅନ୍ୟାନ୍ୟ ସୁରକ୍ଷା ସୁନିଶ୍ଚିତ କରିବା
  • ଖେଳ ଓ ମନୋରଞ୍ଜନର ଅଧିକାର

କମିଶନ ଏହି ସବୁ ଅଧିକାରର କାର୍ଯ୍ୟକାରିତାକୁ ତଦାରଖ କରିବା ସହିତ ଅଭିଯୋଗର ତଦନ୍ତ କରିବେ | ଏଥି ସହିତ ନୀତି ନିର୍ଦ୍ଧାରଣ ଓ ସଂଶୋଧନ ପାଇଁ ସରକାରଙ୍କୁ ପରାମର୍ଶ ଦେବେ |